୨ ମିନିଟ୍‌ର ଏହି ଗୀତ ପାଇଁ ୨ କୋଟି ନେଲେ ଜ୍ୟାକଲିନ୍‌

0
24


ମୁମ୍ବାଇ: ରିଲିଜ ହୋଇଥିବା ତଥା ରିଲିଜ ହେବାକୁ ଥିବା ଅନେକ ବଡ଼ ଫିଲ୍ମକୁ ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଆରମ୍ଭ ହୋଇଛି। ସେଥିମଧ୍ୟରୁ ବାହୁବଳୀ ଷ୍ଟାର ପ୍ରଭାସଙ୍କ ‘ସାହୋ’ ଫିଲ୍ମ ମଧ୍ୟ ରହିଛି। ଏହି ଫିଲ୍ମ ଆସନ୍ତା ସପ୍ତାହରେ ରିଲିଜ୍‌ ହେବବୋଲି ଜଣାପଡ଼ିଛି। ରିଲିଜ୍‌ ପୂର୍ବରୁ ପ୍ରଭାସଙ୍କ ଏହି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

ଯେବେଠୁ ‘ସାହୋ’ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି ସେବେଠୁ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମର କିଛି ଗୀତ ମଧ୍ୟ ରିଲିଜ୍ ହୋଇ ସାରିଛି। ତେବେ ଏସବୁ ଗୀତ ମଧ୍ୟ ମଧ୍ୟରୁ ଏମିତି ଏକ ଗୀତ ରହିଛି ଯାହାର ବଜେଟ୍‌ ଅନ୍ୟ ଗୀତ ଠାରୁ ବହୁତ ଅଧିକ। ଅଧିକ ବଜେଟ୍‌ରେ ସୁଟିଂ ହୋଇଥିବା ଏହି ଗୀତର ଅଧା ଟଙ୍କା ଅଭିନେତ୍ରୀଙ୍କ ଫିସ୍‌ ବୋଲି ଜଣାପଡ଼ିଛି।

‘ସାହୋ’ ଫିଲ୍ମର ଏହି ଗୀତ ‘ବ୍ୟାଡ୍‌ ବୟ’ ରିଲିଜ୍‌ ହେବା ମାତ୍ରେ ହଇଚଇ ସୃଷ୍ଟି କରିଛି। ଏଥିରେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ ନଜର ଆସୁଛନ୍ତି। ମାତ୍ର ୨ ମିନିଟ୍‌ ୧୬ ସେକେଣ୍ଡ୍‌ର ଏହି ଗୀତ ପାଇଁ ଜ୍ୟାକ୍‌ଲିନ୍‌ଙ୍କ ଚାର୍ଜ ଜାଣିଲେ ଆପଣଙ୍କ ମୁଣ୍ଡ ଚକର କାଟିବ। ଏହି ଗୀତ ପାଇଁ ଜ୍ୟାକ୍‌ଲିନ୍‌ ୨ କୋଟି ଚାର୍ଜ କରିଥିବା କୁହାଯାଉଛି।

ଏବେ ୟୁଟ୍ୟୁବ୍‌ରେ ଏହି ଗୀତ ଟ୍ରେଣ୍ଡିଂରେ ଅଛି। ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଏଥିରୁ ଜଣାପଡ଼ୁଛି ଯେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରୁଛନ୍ତି। ଏଥିରେ ଖାସ୍‌ କଥା ହେଉଛି  ପ୍ରଭାସ ଓ ଜ୍ୟାକଲିନ୍‌ଙ୍କ ହଟ୍‌ କେମିଷ୍ଟ୍ରି। ଗୀତଟିକୁ ନୀତି ମୋହନ ଓ ବାଦ୍‌ଶାହ ଗାଇଛନ୍ତି।

‘ସାହୋ’ ଅଗଷ୍ଟ ୩୦ରେ ରିଲିଜ୍‌ ହେବ। ମିଳିଥିବା ସୂଚନା ଅନୁସାରେ, ଆକ୍ସନ ଓ ଷ୍ଟଣ୍ଟ୍‌ର ଏହି ଫିଲ୍ମ ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର, ମନ୍ଦିରା ବେଦୀ, ନୀଲ୍‌ ନିତିନ୍‌ ମୁକେଶ, ଜ୍ୟାକି ଶ୍ରୋଫ୍‌ ପ୍ରମୁଖ ନଜର ଆସିବେ।

LEAVE A REPLY

Please enter your comment!
Please enter your name here