ସ୍ୱାମୀଙ୍କ ବୟସକୁ ନେଇ ପ୍ରିୟଙ୍କାଙ୍କୁ ମଜାକ୍‌ ଉଡ଼ାଇଲେ ଫ୍ୟାନ୍‌ସ, ନିକ୍‌ ଦେଲେ ଏମିତି ଜବାବ୍‌

0
8


ନୂଆଦିଲ୍ଲୀ: ଏମିତିରେ ସୋଶାଲ ମିଡିଆରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସଙ୍କୁ ନେଇ ସବୁବେଳେ ଚର୍ଚ୍ଚା । ଏବେ ଏକ ଫଟୋକୁ ନେଇ ପୁଣି ଥରେ  ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା-ନିକ୍‌।  ଫ୍ୟାନ୍ସମାନେ ଏହି ଫଟୋ ଏବଂ ପ୍ରିୟଙ୍କାଙ୍କ କମେଣ୍ଟକୁ ଦେଖି ଏମିତି ମଜାକ ଉଡ଼ାଇଥିଲେ ଯେ ଶେଷରେ ନିକ୍‌ଙ୍କୁ ମୁହଁ ଖୋଲିବାକୁ ପଡ଼ିଲା।

ନିକଟରେ ପ୍ରିୟଙ୍କା ପତି ନିକଙ୍କ ସହ ଏକ ଫଟୋ ସୋଶାଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋରେ ନିକ୍‌ଙ୍କ ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେବା ସହ ତାଙ୍କର ବୟସ ୨୭ ବର୍ଷ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଥିଲେ। ଏହି ଫଟୋ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଆଉ ତା’ ପରେ …. ଏହି କଥାକୁ ନେଇ ସୋଶାଲ ମିଡିଆରେ ହଙ୍ଗାମା ହୋଇଯାଇଥିଲା। ୟୁଜର୍ସମାନେ ପ୍ରିୟଙ୍କାଙ୍କ ମଜାକ୍‌ ଉଡ଼ାଇବା ସହ ପତିଙ୍କ ସଠିକ୍ ବୟସ କେତେ ଜଣା ନାହିଁ କି ବୋଲି  ପ୍ରଶ୍ନ କରିଥିଲେ।

ପତ୍ନୀ ଏପରି ଟ୍ରୋଲ ହେଉଥିବାର ଦେଖି ସହି ପାରି ନ ଥିଲେ ପ୍ରିୟଙ୍କା। ତୁରନ୍ତ ଏକ ମେମେ ମାଧ୍ୟମରେ ଏହାର ଉତ୍ତର ଦେଇଥିଲେ।

ପ୍ରକୃତ କଥା ହେଲା ନିକ୍‌ଙ୍କ ଜନ୍ମ ୧୬ ସେପ୍ଟେମ୍ବର ୧୯୯୨ରେ ଏବଂ ସେହି ଅନୁସାରେ ତାଙ୍କର ବୟସ ୨୬ ବର୍ଷ।
ତେବେ ନିକ୍‌  ପ୍ରିୟଙ୍କାଙ୍କୁ ବଞ୍ଚାଇବା ପାଇଁ ବାହାରି ଆସିଥିଲେ ଏବଂ ଟ୍ରୋଲର୍ସଙ୍କୁ ଏମିତି ମୁହଁତୋଡ୍‌ ଜବାବ ଦେଇଥିଲେ।

ନିକ୍‌ ଏକ ମେମେ ଶେୟାର କରିଥିଲେ, ଯେଉଁଥିରେ ଜଣେ ବ୍ୟାଟ୍‌ସ ମ୍ୟାନ ଜାବ୍‌ଡା ମାରୁଥିବା ଦେଖିବାକୁ ମିଳିଲା। ଟ୍ରୋଲର୍ସ କହୁଛନ୍ତି କି ପ୍ରିୟଙ୍କାଙ୍କୁ ବୟସ ଜଣା ନାହିଁ, ହେଲେ ବ୍ୟାଟ୍‌ସମ୍ୟାନ କହୁଛି ଦୁଇ ସପ୍ତାହ ପରେ ତାଙ୍କୁ ୨୭ ବର୍ଷ ହେବ। ନିକ୍‌ ଜୋନ୍‌ସ ଲେଖିଛନ୍ତି ଯେ, ପ୍ରିୟଙ୍କା ମୋ ଜନ୍ମଦିନ ଭଲ ଭାବ ଜାଣିଛନ୍ତି।

ଏହାପରେ ବୋଧହୁଏ ଟ୍ରୋଲର୍ସଙ୍କ ପାଟି ଚୁପ୍‌ ହୋଇଯାଇଥିଲା !

 

 

LEAVE A REPLY

Please enter your comment!
Please enter your name here