ସ୍ୱାଧୀନତା ଦିବସରେ ରିଲିଜ୍ ହେବ ‘ବାଟ୍‌ଲା ହାଉସ’

0
12


ନୂଆଦିଲ୍ଲୀ:ଆସନ୍ତାକାଲି ରିଲିଜ୍ ହେବ ଜନ୍ ଆବ୍ରହାମ ଅଭିନୀତ ଫିଲ୍ମ ‘ବାଟଲା ହାଉସ’। ହାଇକୋର୍ଟରୁ ଗ୍ରୀନ୍ ସିଗନାଲ ମିଳିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ।

ମାତ୍ର କିଛିଟା ସ୍କ୍ରିନ୍‌କୁ ଫିଲ୍ମରୁ ବାଦ୍ ଦିଆଯାଇଛି। ଏଥିସହ ହାଇକୋର୍ଟ ଦିଲ୍ଲୀ ପୋଲିସ ଅଧିକାରୀ ସହିଦ୍ ଏମ୍.ସି ଶର୍ମାଙ୍କ ଫଟୋ ଦେଖାଇବାକୁ ମନା କରିଛନ୍ତି। ଯାହା ଫଳରେ ଫିଲ୍ମ କୌଣସି ବାସ୍ତବ ଘଟଣା ନୁହେଁ, ବରଂ କାଳ୍ପନିକ ବୋଲି ଜଣାପଡ଼ିବ।

ଫିଲ୍ମର ଆରମ୍ଭ ଓ ଶେଷରେ ବୈଧାନିକ ଚେତାବନୀ ଦେଖିଇବାକୁ ମଧ୍ୟ ଆଦେଶ ଦେଇଛନ୍ତି କୋର୍ଟ। .ଯେଉଁ ଘଟଣା ଉପରେ ଏହି ଫିଲ୍ମଟି ଆଧାରିତ, ସେଇ ଘଟଣାର ଜଣେ ଅଭିଯୁକ୍ତ ଅରିଜ୍ ଖାନ୍ ଫିଲ୍ମଟିକୁ ରିଲିଜ୍ କରିବାକୁ ଅନୁମତି ନ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।

ସେହିପରି ଦିଲ୍ଲୀ ବାଟଲା ହାଉସ୍ ସିରିଜ୍ ଦୁର୍ଘଟଣାରେ ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା ଅନ୍ୟ ଏକ କଏଦୀ ବି ସିନେମା ରିଲିଜକୁ ବିରୋଧ କରିଥିଲେ। ଯାହାକୁ ନେଇ ଫିଲ୍ମ ବିବାଦ ଘେରକୁ ଆସିଥିଲା

 ସିନେମା ବାଟଲା ହାଉସ୍‌ର ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ୍ ଆଡଭାନୀ । ଏଥିରେ ଜନ୍ ଆବ୍ରାହମଙ୍କ ସହ ମୃଣାଳ ଠାକୁର୍ ନଜର ଆସିଛନ୍ତି । 

LEAVE A REPLY

Please enter your comment!
Please enter your name here