ଲୁଚି ଛପି କାହାକୁ ବାହା ହେଲେ ରାକ୍ଷୀ ସାୱନ୍ତ !

0
34


ମୁମ୍ୱାଇ: ଗ୍ଲାମର୍‌ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ  ପୁଣିଥରେ ଚର୍ଚ୍ଚାରେ। ଦିପକ୍‌ କଲାଲ୍‌ଙ୍କୁ ରାକ୍ଷୀ ବିବାହ କରିବେ ବୋଲି ଶୁଣାଯାଉଥିଲା । କିନ୍ତୁ ଏବେ ଜଣେ ‘ସ୍ପଟବୟ’ର ରିପୋର୍ଟ ଅନୁସାରେ ରାକ୍ଷୀ ସାୱନ୍ତ ବିବାହ କରି ସାରିଲେଣି। ୨୮ ଜୁଲାଇରେ ମୁମ୍ୱାଇର JW Marriott ହୋଟେଲ୍‌ରେ ଜଣେ ଏନ୍‌ଆର୍‌ଆଇଙ୍କୁ ବିବାହ କରିଛନ୍ତି। ଏହି ବିବାହ ସମସ୍ତଙ୍କ ଅଜାଣତରେ ହୋଇଛି । ବିବାହରେ ତାଙ୍କ ପରିବାର ଲୋକଙ୍କ ବ୍ୟତୀତ ୪ ରୁ ୫ ଜଣ ଅତିଥି ସାମିଲ ହୋଇଥିଲେ ବୋଲି ଶୁଣିବାକୁ ମିଳିଛି।

ୱେଡିଙ୍ଗ୍‌ ଗାଉନ୍‌ ପିନ୍ଧିଥିବା ରାକ୍ଷୀଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ ରାକ୍ଷୀ ହ୍ୱାଇଟ୍‌ ଗାଉନ୍‌, କ୍ରାଉନ୍‌ ଓ ଲାଲ୍‌ ଚୁଡି ପିନ୍ଧିଛନ୍ତି। ରାକ୍ଷୀଙ୍କର ଏହି ସିକ୍ରେଟ୍‌ ୱେଡିଙ୍ଗର ଫଟୋ ରାକ୍ଷୀଙ୍କର ଫ୍ୟାନ୍ସଙ୍କୁ ଚକିତ କରିଛି। ସୋଶାଲ ମିଡିଆରେ ତାଙ୍କର ଫ୍ୟାନ୍ସମାନେ ରାକ୍ଷୀଙ୍କୁ ବିବାହର ଶୁଭକାମନା ଜଣାଇବା ସହିତ ସେ କାହାକୁ ବିବାହ କଲେ ଜାଣିବାକୁ ଚାହୁଁଛନ୍ତି।

ତେବେ ରିପୋର୍ଟ ଯାହା ମିଳିଛି, ଏହା ରାକ୍ଷୀଙ୍କ ବିବାହ ଫଟୋ ନୁହେଁ ବରଂ ଫଟୋସୁଟ୍‌ ପାଇଁ ସେ ଏହି ୱେଡିଙ୍ଗ୍‌ ଗାଉନ୍‌ ପିନ୍ଧିଛନ୍ତି। କିନ୍ତୁ ସୋଶାଲ ମିଡିଆରେ ରାକ୍ଷୀଙ୍କର ବିବାହ ସରିଛି ବୋଲି ମିଛ ଖବର ଭାଇରାଲ୍‌ ହେଉଛି।

ଇଣ୍ଡିଆ ଟୁଡେକୁ ଇଣ୍ଟରଭ୍ୟୁ ଦେଇ ରାକ୍ଷୀ କହିଛନ୍ତି, ‘ହୋଟେଲ୍‌ରେ ତାଙ୍କର ବିବାହ ହୋଇନାହିଁ,  ସେ କେବଳ ଏକ ବ୍ରାଇଡାଲ୍‌ ଫଟୋସୁଟ୍‌ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସେ କାହା ସହିତ ରିଲେସନ୍‌ଶିପ୍‌ରେ ମଧ୍ୟ ନାହାନ୍ତି। ତାଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ବିବାହର ମିଛ ଖବର କିଏ ଭାଇରାଲ୍‌ କରିଛି।

LEAVE A REPLY

Please enter your comment!
Please enter your name here