ରିଲିଜ୍ ହେଲା ‘ଶଲାବୁଢ଼ାର ବଦ୍‌ଲା’ର ମ୍ୟୁଜିକ୍ ପ୍ରମୋ

0
9


ଭୁବନେଶ୍ୱର : ଆସନ୍ତା ଅକ୍ଟୋବରରେ ପରଦାକୁ ଆସୁଛି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶତ ଫିଲ୍ମ ‘ଶଲାବୁଢ଼ାର ବଦ୍‌ଲା’ । ତା ପୂର୍ବରୁ ଆଜି ରିଲିଜ୍ ହୋଇଛି ଏହାର ମ୍ୟୁଜିକ୍ ପ୍ରମୋ। ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତି ଛାପ ରହିଥିବା ଏହି ଫିଲ୍ମଟି ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକେସନରେ ସୁଟିଂ ହୋଇଛି।

ସବ୍ୟସାଚୀଙ୍କ ଅନ୍ୟ ଦୁଇ ସଫଳ ଫିଲ୍ମ ‘ଶଲାବୁଢ଼ା’ ଓ ‘ଆଦିମ ବିଚାର’ ଭଳି ଏ ଫିଲ୍ମରେ ବି ରହିଛି ସାମାଜିକ ବାର୍ତ୍ତା । ଏହା ପୂର୍ବରୁ ସବ୍ୟସାଚୀଙ୍କ ନିର୍ଦ୍ଦେଶିତ ଦୁଇଟି ଯାକ ଫିଲ୍ମ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଛି।

LEAVE A REPLY

Please enter your comment!
Please enter your name here