ରାନୁଙ୍କୁ ମିଳିଲା ବଲିଉଡରେ ଏଣ୍ଟ୍ରି

0
9


ମୁମ୍ୱାଇ : ଭାଗ୍ୟ ବଦଳିବାକୁ ଦରକାର ବାସ୍ ଗୋଟିଏ ସୁଯୋଗ। ଆଉ ସେ ସୁଯୋଗ ଜୀବନକୁ ଏକ ଭିନ୍ନ ମୋଡ଼ ଦେଇଦିଏ। ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କ ସହ ଏପରି କିଛି ଘଟିଛି ।

ଦିନେ ରେଳ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମରେ ରାନୁଙ୍କର ରାତି କଟୁଥିଲା। ଆଜି ସେ ଲୋକପ୍ରୀୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତ ରେକର୍ଡ କରୁଛନ୍ତି। ରାନୁଙ୍କୁ ମିଳିଛି ବଲିଉଡରେ ଏଣ୍ଟ୍ରି। ତାପୁଣି ହିମେଶ ରେଶମିୟାଙ୍କ ସହ ଡୁଏଟି ଗାଇଛନ୍ତି। ଏହାସହ ଏବେ ତାଙ୍କ ପାଖରେ ରହିଛି ଅନେକ ଷ୍ଟେଜ୍ ଶୋ ଏବଂ ଫିଲ୍ମ ଗୀତର ଅଫର।

କିଛି ଦିନ ତଳେ ପଶ୍ଚିମବଙ୍ଗର ରାନାଘାଟ ଷ୍ଟେସନ୍‌ରେ ରାନୁ ମଣ୍ଡଳ ଲତାଙ୍କ ସ୍ୱରରେ ଗୀତ ଗାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଯାହାପରେ ସେ ରାତାରାତି ଇଣ୍ଟର୍‌ନେଟ ସେନ୍‌ସେସନ୍ ପାଲଟି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here