ମୋ ଭାଇ, ବେଷ୍ଟ ଭାଇ-ରକ୍ଷାବନ୍ଧନରେ ଇବ୍ରାହିମ୍‌ଙ୍କୁ ଏମିତି କହିଲେ ସାରା ଅଲି ଖାନ୍‌

0
10


ନୂଆଦିଲ୍ଲୀ: ପବିତ୍ର ରକ୍ଷା ବନ୍ଧନ ଅବସରରେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଭାଇ ଇବ୍ରାହିମ୍‌ ଅଲି ଖାନଙ୍କ ସହ ତାଙ୍କ ପିଲାବେଳର ଫଟୋ ଶେୟାର କରିଛନ୍ତି। ସାରା ଇବ୍ରାହିମ୍‌ଙ୍କୁ ବେଷ୍ଟ ଭାଇ ବୋଲି କହିବା ସହ ସାରା ଜୀବନ ତାଙ୍କୁ ହଇରାଣ କରିବେ ଏବଂ ସବୁବେଳେ ଏମିତି ବିରକ୍ତ କରୁଥିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

 

View this put up on Instagram

 

Glad Rakhi to my child brother 🍼👶🤗👫 Lacking you today- touching my 🦶, giving me 💰, feeding me 🍬 and hugging me 🤗. I promise to bully you, extort you, greedily devour your entire meals and pressure love and cuddles out of you endlessly. #bestbrother #partnerincrime #safeandsecure

A put up shared by way of Sara Ali Khan (@saraalikhan95) on Aug 14, 2019 at 10:17pm PDT

ରକ୍ଷା ବନ୍ଧନ ଅବସରରେ ସାରା ଭାଇ ଇବ୍ରାହିମ୍‌ ଓ ନିଜର ପିଲାବେଳେ ଫଟୋ ଶେୟାର କରିଛନ୍ତି ଯାହା ଖୁବ୍‌ କ୍ୟୁଟ୍‌ ଲାଗୁଛି।

ସାରା ଇବ୍ରାହିମ୍‌ଙ୍କ ସହ ନିଜର ପିଲାବେଳର ଏକ ଫଟୋ ଶେୟାର କରି ଲେଖିଛନ୍ତି, ମୋ ଛୋଟ ଭାଇକୁ ରାକ୍ଷୀର ଢେର ସାରା ଅଭିନନ୍ଦନ।  ପିଲାବେଳେ ମୋତେ ପଇସା ଦେବା, ମୋ ସହ ଖେଳିବା ଏବଂ ଭଲ ପାଇବା…ଏସବୁ ଆଜି ମୋର ବହୁତ ମନେ ପଡ଼ୁଛି । ଆଜି ଏଇ ପ୍ରତିଶ୍ରୁତି ଦେଉଛି…ତୁମକୁ ସବୁବେଳେ ବହୁତ ହଇରାଣ କରିବି, ତୁମର ପ୍ଲେଟରୁ ସବୁ ଖାଦ୍ୟ ନେଇ ଖାଇଦେବି ଆଉ ତୁମକୁ ସବୁବେଳେ ଭଲ ପାଇବି..।

ଏଠି ମନେ ପକାଇ ଦେବାକୁ ଚାହିଁବୁ, ସାରା ଫିଲ୍ମକୁ ଆସିବା ପରେ ସୋଶାଲ ମିଡିଆରେ ବେଶ ପପୁଲାର । ସାରାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ ‘ଲଭ୍‌ ଆଜକଲ୍‌ ୨’ ଏବଂ କୁଲି ନମ୍ବର ୧ରେ ଦେଖିବାକୁ ମିଳିବ।



LEAVE A REPLY

Please enter your comment!
Please enter your name here