ମିଷ୍ଟର ମଜ୍‌ନୁ ଏବେ ଭାରି ଖୁସି

0
66


ଭୁବନେଶ୍ୱର : ଦଶହରାରେ ରିଲିଜ୍ ହେବ ବାବୁସାନ୍‌ଙ୍କ ଆଉ ଏକ ଫିଲ୍ମ।  ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌। ଆଉ ଏଥିରେ ତାଙ୍କ ବିପକ୍ଷରେ ୩ ଜଣ ହିରୋଇନ୍‌ ଅଛନ୍ତି। ସେମାନେ ହେଉଛନ୍ତି- ସୁର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ।

ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ଏହି ଫିଲ୍ମରେ ମାଧ୍ୟମରେ ବହୁତ ଦିନ ପରେ ଶୀତଲ୍‌ କମ୍‌ବ୍ୟାକ୍‌ କରୁଛନ୍ତି। ପୂର୍ବରୁ ବାବୁସାନ୍‌, ଶୀତଲ୍‌ ଏବଂ ସୂର୍ଯ୍ୟମୟୀଙ୍କୁ ଫିଲ୍ମ ‘ଭଲ ପାଏ ତତେ ଶହେରୁ ଶହେ’ରେ ଦେଖିବାକୁ ମିଳିଥିଲା। ସେହିଭଳି ଦିବ୍ୟା ତାଙ୍କ ଡେବ୍ୟୁ ଫିଲ୍ମ ’ସୁନ୍ଦରଗଡର ସଲମାନ୍‌ ଖାନ୍‌’ରେ ବାବୁସାନ୍‌ଙ୍କ ସହ ଅଭିନୟ କରିଥିଲେ।

 

ପୂରା ସ୍ଲିମ୍ ହେଇଗଲେଣି ଅଭିନେତା ବାବୁଶାନ !

ପୂରା ସ୍ଲିମ୍ ହେଇଗଲେଣି ଅଭିନେତା ବାବୁଶାନ। ତାଙ୍କ ପୂର୍ବ ଚେହେରାରେ ସେ ଟିକେ ପରିବର୍ତ୍ତନ ଆଣିଛନ୍ତି। ‘ତରଙ୍ଗ ସିନେ ପ୍ରଡକ୍ସନସ’ ବ୍ୟାନରରେ ଆସିବାକୁ ଯାଉଥିବା ତାଙ୍କ ନୂଆ ଫିଲ୍ମ ‘ମିଷ୍ଟର ମଜନୁ’ର ଶୁଭମହୁରତରେ ତାଙ୍କୁ ଆଜି ଦେଖିବାକୁ ମିଳିଥିଲା। ଫିଲ୍ମର ମହୁରତ ଆଜି ଭୁବନେଶ୍ୱରସ୍ଥିତ RCM ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମର ଦୁଇ ହିରୋଇନ୍, ନିର୍ଦ୍ଦେଶକ ଓ ଅନ୍ୟ ଟିମ୍ ମେମ୍ବରମାନେ ଉପସ୍ଥିତ ଥିଲେ। #Ollywood #NewFilm #MrMajnu #TarangCineProductions #BabushanMohanty

OTV यांनी वर पोस्ट केले बुधवार, १४ ऑगस्ट, २०१९

LEAVE A REPLY

Please enter your comment!
Please enter your name here