‘ମିଷ୍ଟର କହ୍ନେୟା’ ଫିଲ୍ମର ପ୍ରଯୋଜକଙ୍କୁ ନୋଟିସ୍

0
17


ଭୁବନେଶ୍ୱର: ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ଅପ୍‌କମିଂ ଓଡ଼ିଆ ଫିଲ୍ମ ‘Mr. କହ୍ନେୟା’ର ବିବାଦୀୟ ପୋଷ୍ଟରକୁ ନେଇ ଫିଲ୍ମର ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କୁ ନୋଟିସ୍‌ କରାଯାଇଛି। ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି।

ବିବାଦୀୟ ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ପୋଷ୍ଟରରେ ମହିଳାଙ୍କ ପ୍ରତି ଅସମ୍ମାନ କରାଯାଇଥିବା ଦର୍ଶାଇ ସମାଜସେବୀ ଲିଙ୍କନ ସୁବୁଦ୍ଧି ମହିଳା ଥାନା ଏବଂ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: ନିଜ ଅପ୍‌କମିଂ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ପପୁ ପମ୍‌ପମ୍

LEAVE A REPLY

Please enter your comment!
Please enter your name here