ମିକାଙ୍କୁ ବ୍ୟାନ୍; କୌଣସି ଫିଲ୍ମ ପ୍ରଡକ୍ସନ ହାଉସ କିମ୍ବା ମ୍ୟୁଜିକ୍‌ କମ୍ପାନୀରେ କାମ କରିପାରିବେନି

0
10


ମୁମ୍ବାଇ: ଗାୟକ ମିକା ସିଂହଙ୍କୁ ବଡ଼ ଝଟକା। ଅଲ୍ ଇଣ୍ଡିଆ ସିନେ ୱାକର୍ସ ଆସୋସିଏଏସ୍ଏନ୍ ପକ୍ଷରୁ ତାଙ୍କୁ ବ୍ୟାନ୍ କରାଯାଇଛି। ଫିଲ୍ମ ପ୍ରଡକସନ୍ ହାଉସ୍, ମ୍ୟୁଜିକ୍ କମ୍ପାନୀ ଏବଂ ସମସ୍ତ କନ୍ସର୍ଟରୁ ତାଙ୍କୁ ବ୍ୟାନ୍ କରାଯାଇଛି।  ଖାଲି ଏତିକି ନୁହେଁ, ସିନେ ୱାକର୍ସ ଆସୋସିଏସନ୍ ମିକାଙ୍କୁ କୌଣସି ଫିଲ୍ମ କାମ ନଦେବାକୁ ପ୍ରଡକସନ୍ ହାଉସ୍‌କୁ ଚେତାଇ ଦେଇଛି।

ଯଦି, କେହି ତାଙ୍କୁ କାମ ଦିଅନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ହେବ ବୋଲି ସ୍ପଷ୍ଟ କରିଛି ସଂଘ। ଏହାସହ ଏହି ମାମଲାରେ ସୂଚନା ଓ ପ୍ରସାରଣ ବିଭାଗକୁ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି।

ସୂଚନାନୁସାରେ, ଗତ ସପ୍ତାହରେ ମିକା କରାଚୀର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ପରଭେଜ୍ ମୁସାରପ୍‌ଙ୍କ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମ ଥିଲା। ଏହାକୁ ନେଇ ବିବାଦ ଦେଖା ଦେଇଥିଲା।

ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତର ଫିଲ୍ମକୁ ବ୍ୟାନ୍ କରିବା ସହ ବାଣିଜ୍ୟ ଓ କୁଟନୈତିକ ସମ୍ପର୍କ ଛିନ୍ନ କରିଛି । ଏହାପରେ ବି କିପରି ମିକା ପାକିସ୍ତାନ ଯାଇ କାର୍ଯ୍ୟକ୍ରମରେ ସାମିଲ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି।

 

LEAVE A REPLY

Please enter your comment!
Please enter your name here