ଭିଡ଼ ହିଂସାକୁ ନେଇ ମୁହାଁମୁହିଁ କଳାକାର ଜଗତ; ୪୯ ଚିଠିକୁ ୬୨ ଚିଠି କାଉଣ୍ଟର୍‌

0
23


ମୁମ୍ବାଇ: ମବ୍ ଲିଞ୍ଚିଂ ପ୍ରସଙ୍ଗକୁ ନେଇ ଦୁଇ ଫାଳ ହେଲା ବଲିଉଡ୍ ଓ ବୁଦ୍ଧିଜୀବୀ ମହଲ। ଲିଞ୍ଚିଂ, ଅସହିଷ୍ଣୁତା ଓ ଜୟ ଶ୍ରୀରାମ ନାଁରେ ହିଂସା ଘଟାଯାଉଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ୪୯ ଜଣ ସେଲିବ୍ରିଟିଙ୍କ ଖୋଲା ଚିଠି ପରେ ସେମାନଙ୍କୁ କାଉଣ୍ଟର ଲାଗି ୬୧ ଜଣ ସିନେ କଳାକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀଙ୍କୁ ପାଲଟା ଚିଠି ଲେଖିଛନ୍ତି।

ସିବିଏଫ୍‌ସି ଚେୟାରମ୍ୟାନ ପ୍ରସୁନ ଯୋଶୀ, ଅଭିନେତ୍ରୀ କଙ୍ଗନା ରନାଓ୍ୱତ, ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଶୋକ ପଣ୍ଡିତ ଓ ସୋନାଲ ମାନସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖି ସମର୍ଥନରେ ଠିଆ ହୋଇଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ଓ ମୋଦି ସରକାର ପ୍ରତି ଅସହିଷ୍ଣୁତା ରଖି ଏଭଳି ଚିଠି ଲେଖାଯାଇଥିବା ଏଥିରେ କୁହାଯାଇଛି। ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ଓ ଅସହିଷ୍ଠୁତା ପ୍ରସଙ୍ଗକୁ ନେଇ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପ, ଅର୍ପଣା ସେନ୍, ମଣିରତ୍ନମ, କୋଙ୍କଣ ସେନ୍ ଶର୍ମା, ଐତିହସିକ ରାମଚନ୍ଦ୍ର ଗୁହାଙ୍କ ଭଳି ୪୯ ଜଣ ବିଶିଷ୍ଟ ବ୍ୟକ୍ତି କ୍ଷୋଭ ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଥିଲେ।

LEAVE A REPLY

Please enter your comment!
Please enter your name here