ଭାଙ୍ଗିଗଲା କି ରାକ୍ଷୀଙ୍କ ବିବାହ? ଶେଆର କଲେ ଏମିତି କିଛି ଫଟୋ…

0
10


ମୁମ୍ବାଇ: ସବୁବେଳେ ନିଜର ଅଜବ ପ୍ରକାରର କାରନାମାକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଏବେ ତାଙ୍କର ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଜୁଲାଇ ୨୮ରେ ରାକ୍ଷୀ ବିବାହ କରିବା ସହ ବଧୂ ବେଶରେ ସୋଶାଲ୍‌ ମିଡିଆରେ ଫଟୋ ମଧ୍ୟ ଶେଆର କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସେ ତାଙ୍କ ସ୍ୱାମୀଙ୍କର ଗୋଟିଏ ହେଲେ ବି ଫଟୋ ଶେଆର୍‌ କରି ନାହାନ୍ତି।

ଏବେ ରାକ୍ଷୀ ଇନ୍‌ଷ୍ଟାଗ୍ରାମ୍‌ରେ ଏମିତି ଏକ ଫଟୋ ଶେଆର୍‌ କରିଛନ୍ତି, ଯାହାକୁ ନେଇ ୟୁଜର୍ସ ମାନେ ତାଙ୍କ ବିବାହ ଭାଙ୍ଗି ଯାଇଥିବା ନେଇ ପ୍ରଶ୍ନ କରିଛନ୍ତି।

ରାକ୍ଷୀ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ଶେଆର୍‌ କରିଛନ୍ତି। ଶେଆର୍‌ କରିଥିବା ଏହି ଏନିମେଟେଡ୍‌ ଫଟୋରେ ଏକ ଝିଅ କାନ୍ଦୁଥିବା ନଜର ଆସିଛି। ଏହି ଫଟୋରେ ହୃଦୟ ଭାଙ୍ଗି ଯାଇଥିବା ଏକ ଫଟୋ ମଧ୍ୟ ରହିଛି। ତେବେ ରାକ୍ଷୀଙ୍କ ଏଭଳି ଫଟୋକୁ ନେଇ ୟୁଜର୍ସମାନେ ଅନେକ ପ୍ରଶ୍ନ କରିଛନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି, ‘କ’ଣ ତୁମ ବିବାହ ଭାଙ୍ଗିଗଲା କି?’

ଆଉ ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ‘ତଲାକ?’ ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ରାକ୍ଷୀ, କେବେ ତ ଦିନେ ଗମ୍ଭୀର ହୁଅ। କେବେ ବିବାହ, କେବେ ଦୀପକ କଲାଲ୍‌ ତ ଆଉ କେବେ କୌଣସି ନାଟକ। ଏମିତି କରି ତୁମେ ତୁମର ପ୍ରତିଛବି(ଇମେଜ୍‌) ଖରାପ କରୁଛ।’

ଯଦିଓ ରାକ୍ଷୀଙ୍କ ଏଭଳି ଫଟୋକୁ ନେଇ ୟୁଜର୍ସ ଭାବି ନେଇଛନ୍ତି କି ତାଙ୍କର ବିବାହ ଭାଙ୍ଗି ଯାଇଛି ବୋଲି। ତେବେ ଆମେ ଏଭଳି କିଛି କହିପାରିବା ନାହିଁ। କାହିଁକି ନା ଏକ ଫଟୋର କମେଣ୍ଟ ବକ୍ସରେ ସେ ଲେଖିଛନ୍ତି ‘ସେ ଏଥିପାଇଁ କାନ୍ଦୁଛନ୍ତି କାହିଁକି ନା ୟୁକେ ଯିବା ପାଇଁ ଟିକେଟ୍‌ ବହୁତ ମହଙ୍ଗା।’ ତେବେ ରାକ୍ଷୀଙ୍କ ଏହି କଥାର ପ୍ରକୃତ ସତ୍ୟ କ’ଣ ତାହା କେବଳ ସେ ହିଁ ଜାଣିଥିବେ।

ଆମେ ତ ଖାଲି କେବଳ ଆପଣଙ୍କୁ ଏହା ହିଁ କହିବୁ କି ଆପଣମାନେ ସେତେବେଳେ ଏସବୁ କଥା ଉପରେ ବିଶ୍ୱାସ କରିବେ ଯେତେବେଳେ ରାକ୍ଷୀ ସର୍ବସାଧାରଣରେ ସବୁକିଛି ସ୍ପଷ୍ଟ କରିବେ।

LEAVE A REPLY

Please enter your comment!
Please enter your name here