ବିଦ୍ୟାଙ୍କ ଉପରକୁ ହାତ ଉଠାଇଲେ ଅକ୍ଷୟ ଆଉ ବିଦ୍ୟା ଦେଲେ ଏମିତି ଜବାବ୍…ଦେଖନ୍ତୁ ଭିଡିଓ

0
11


ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ସୋନାକ୍ଷୀ ସିହ୍ନା ଅଭିନୀତ ଫିଲ୍ମ ମିଶନ ମଙ୍ଗଲ ରିଲିଜ ହୋଇଯାଇଛି। ଫିଲ୍ମରେ ସବୁ କଳାକାର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫିଲ୍ମ ରିଲିଜ ପରେ ଅକ୍ଷୟ କୁମାର ଆଉ ବିଦ୍ୟା ବାଲାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଚମକେଇ ଦେବା ପରି ହୋଇଛି । ସୋଶାଲ ମିଡିଆରେ ଏଇ ଭିଡିଓ ବେଶ ଭାଇରାଲ ହୋଇଛି।

ଭଡିଓରେ ଅକ୍ଷୟ କୁମାର ବିଦ୍ୟା ବାଲାନଙ୍କ ଉପରକୁ ହାତ ଉଠାଇଛନ୍ତି। ବିଦ୍ୟା ମଧ୍ୟ ଏହାର ଜବରଦସ୍ତ ଜବାବ ଦେଇଛନ୍ତି।  ଅବଶ୍ୟ ପରେ ଜଣାପଡ଼ିଛି, ଏଥିରେ ଦୁହେଁ ମଜା କରୁଥିଲେ।

ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଅକ୍ଷୟ କୁମାର-ବିଦ୍ୟା ବାଲାନ ପରସ୍ପରକୁ ଲାତ ମାରୁଥିବା ଦେଖିବାକୁ ମିଳିଛି। ଏପରିକି ବିଦ୍ୟା ଏମିତି ଏକ ଘୁସା ମାରୁଛନ୍ତି, ଅକ୍ଷୟ ତଳେ ପଡ଼ି ଯାଉଛନ୍ତି। ତେବେ ଏହି ଭିଡିଓରେ ସେମାନଙ୍କର ଆବାଜରୁ ଜଣାପଡ଼ୁଛି, ଦୁହେଁ ମସ୍ତି କରୁଛନ୍ତି।

ଭିଡ଼ିଓରେ ସୋନାକ୍ଷୀ ସିହ୍ନାଙ୍କ ଆବାଜ ମଧ୍ୟ ଶୁଣା ଯାଉଛି। ଯାହା ଜଣାପଡ଼ୁଛି, ସୋନାକ୍ଷୀ ଏହାକୁ ଆୟୋଜନ କରିଛନ୍ତି। ଦୁହିଁଙ୍କ ଲଢିବା ଦୃଶ୍ୟକୁ ଦେଖି ସୋନାକ୍ଷୀ ବେଶ ତାରିଫ କରୁଥିବା ଶୁଣିବାକୁ ମିଳୁଛି। ତେବେ ଭିଡିଓରେ ଅକ୍ଷୟ-ବିଦ୍ୟାଙ୍କ ଆକ୍ସନ-ରିଆକ୍ସନକୁ ଦେଖିଲେ ଜଣେ ବିଶ୍ୱାସ କରିପାରିବ ନାହିଁ ଯେ ସେମାନେ ମଜା କରୁଛନ୍ତି ବୋଲି।

 

View this put up on Instagram

 

Humorous BTS of Akshay Kumar and Vidya Balan preventing.⠀ ⠀ ⠀ ⠀ ⠀ #missionmangal #akshaykumar #sonakshisinha #vidyabalan #taapseepannu #promotions #bollywoodactors #bollywood #bollywoodstyle #bollywoodactress #bolly #bollywoodfashion #insta #instalove #instabollywood #india #mumbai #delhi #bengaluru #hyderabad #chennai #dubai #abudhabi #muscat #kuwait #bahrain #oman #jeddah

A put up shared by way of Bollyworld (@ibollyworld) on Aug 15, 2019 at 12:30am PDT

 

 



LEAVE A REPLY

Please enter your comment!
Please enter your name here