ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ : ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

0
20


ମୁମ୍ୱାଇ : ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ। କୁଲି ଫିଲ୍ମ ଦୁର୍ଘଟଣା ପରେ ଆଜିର ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ ଅମିତାଭ୍ ବଚ୍ଚନ। ତେଣୁ ଫ୍ୟାନ୍ ମାନେ ଅଗଷ୍ଟ ୨କୁ ତାଙ୍କର ଦ୍ୱିତୀୟ ଜନ୍ମ ଦିବସ ବା ପୁନର୍ଜନ୍ମ ଦିବସ ରୂପେ ପାଳିଥାନ୍ତି।

୧୯୮୨ ମସିହା ଜୁଲାଇ ୨୬ ତାରିଖରେ ବେଙ୍ଗାଲୁରୁରେ ‘କୁଲି’ ଫିଲ୍ମର ଏକ ଆକ୍ସନ ସିକ୍ୱେନ୍ସ ସୁଟିଂ ବେଳେ ପ୍ରାଣଘାତୀ ଦୁର୍ଘଟଣାର ଶିକାର ହୋଇଥିଲେ ଅମିତାଭ୍। ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚ୍  କ୍ୟାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ କ୍ଲିନିକାଲି ଡେଡ୍  ବୋଲି ଘୋଷଣା କରିଥିଲେ। ତେବେ ସୌଭାଗ୍ୟବଶତଃ ତାଙ୍କ ହୃତପିଣ୍ଡକୁ ଆଡ୍ରେନାଲିନ୍  ଇଞ୍ଜେକ୍ସନ ଦେବା ପରେ ସେ ମୃତ୍ୟୁମୁଖରୁ ଫେରିଆସିଥିଲେ।

ଏବେ ଅମିତାଭଙ୍କୁ ୭୬ ବର୍ଷ ହୋଇଥିଲେ ବି ଆଜି ଫ୍ୟାନ୍ ମାନେ ଅମିତାଭଙ୍କ ବାସଭବନ ଆଗରେ ୩୭ ତମ ପୁନର୍ଜନ୍ମ ଦିବସ ପାଳନ କରିଛନ୍ତି। ପୁଅ ଅଭିଷେକ ମଧ୍ୟ ସୋଶାଲ୍  ମିଡିଆରେ ବାପାଙ୍କୁ ଶୁଭେଚ୍ଛା ଜଣାଇବା ସହ କିମ୍ବଦନ୍ତୀ ପୁରୁଷ ମାନେ ଦୁଇଥର ଜନ୍ମ ନିଅନ୍ତି ବୋଲି ଲେଖିଛନ୍ତି।

 

View this submit on Instagram

 

#flashbackfriday 37 years in the past within the Breach Sweet health center. My father was once recuperating from a close to deadly coincidence at the units of his movie Coolie. These days- second August we have fun his 2nd birthday as he was once miraculously revived by means of the docs on these days. Glad Birthday Pa! Love you. #TrueLegendsAreBornTwice

A submit shared by means of Abhishek Bachchan (@bachchan) on Aug 2, 2019 at 2:43am PDT

ଅନ୍ୟପଟେ ଟ୍ୱିଟ୍  କରି ଏହି ଚମତ୍କାର ପାଇଁ ଶୁଭେଚ୍ଛୁଙ୍କୁ ଶ୍ରେୟ ଦେଇଛନ୍ତି ବିଗ୍  ବି।

 

 



LEAVE A REPLY

Please enter your comment!
Please enter your name here