‘ବାଲିକା ବଧୂ’ର ଜଗ୍ୟା ଏବେ ପ୍ରେମରେ ପଡ଼ିଛନ୍ତି: କିଏ ତାଙ୍କ ସ୍ୱପ୍ନର ନାୟିକା ?

0
17


ମୁମ୍ବାଇ: ଛୋଟ ପରଦାରେ ଧମାଲ ମଚାଇଥିବା ଶୋ’ ‘ବାଲିକା ବଧୂ’ର ଆକ୍ଟର ଅଭିନାଶ ମୁଖର୍ଜୀ ଉର୍ଫ ଜଗଦିଶ୍ ଆଜିକାଲି ବେଶ୍ ଖୁସି ଅଛନ୍ତି। କାରଣ ଏବେ ତାଙ୍କୁ ତାଙ୍କ ସ୍ୱପ୍ନର ନାୟିକା ମିଳି ସାରିଛନ୍ତି। ଜଗଦିଶ୍‌ ଉର୍ଫ ଜଗ୍ୟା ଏବେ ପ୍ରେମରେ ପଡ଼ି ଯାଇଛନ୍ତି।  ନା ନା, ଆମେ କୌଣସି ରିଲ୍‌ ଷ୍ଟୋରି କଥା କହୁନୁ, ଜଗ୍ୟାଙ୍କୁ ଅସଲ ଜୀବନରେ ପ୍ରେମ ହୋଇ।ଯାଇଛି। ସେ ପୁଣି ଏମିତି ସେମିତି କାହା ସହ ନୁହଁ,  ମିସ୍‌ ଇଣ୍ଡିଆ ସଲୋନି ଲୁଥରାଙ୍କ ସହ।

View this post on Instagram

Satisfied Birthday @saloniluthra_97 ❤️

A put up shared by way of Avinash Mukherjee (@avinashmukherjee_) on Dec 6, 2018 at 10:55am PST

ଆଜ୍ଞା ହଁ, ଅଭିନାଶ ଏବଂ ସଲୋନି ଏବେ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ଉଭୟଙ୍କର ସୁନ୍ଦର ସୁନ୍ଦର ଫଟୋ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏମାନେ ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର ମଧ୍ୟ କରିଛନ୍ତି।

View this post on Instagram

#captionthis Captured by way of : @lalitchoudharyy @lalitchoudharyy_edits @photogangsta1 . . . . . . . #tbt #balikavadhu #jagya #love #portrait #boyfriendgoals #petitegirlsflyhigh #itsoktobeme❤️❤️ #avinashmukherjee #loveislife

A put up shared by way of Saloni Luthra (@saloniluthraofficial) on Jul 2, 2019 at 10:15pm PDT

ଅବିନାଶ  କହିଛନ୍ତି, ‘ଆମେ ପରସ୍ପରକୁ କଲେଜ ସମୟରୁ ଜାଣିଥିଲୁ। ସେବେଠୁ ସଲୋନୀ ଭଲ ଲେଖାଲେଖି କରୁଥିବା ମୁଁ ଜାଣିଥିଲି। ହେଲେ ଆମ ମଧ୍ୟରେ ସେପରି ବନ୍ଧୁତା କିମ୍ବା କଥାବାର୍ତ୍ତା ନ ଥିଲା। ମାତ୍ର ନିଜ କଣ୍ଟେଣ୍ଟ ରାଇଟିଂ ନିମନ୍ତେ ମୋତେ ଜଣେ ରାଇଟର ଦରକାର ଥିବାବେଳେ ମୋ ମନକୁ ସଲୋନୀଙ୍କ କଥା ଆସିଥିଲା।  ଏହାପରେ ପ୍ରଥମେ ଇନଷ୍ଟାଗ୍ରାମ୍‌ ଜରିଆରେ ମୁଁ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ  କରିଥିଲି।’

ଅପରପକ୍ଷେ ସଲୋନୀ କହିଛନ୍ତି ଯେ, କଣ୍ଟେଣ୍ଟ ରାଇଟିଂ ନିମନ୍ତେ ଅଭିନାଶଙ୍କୁ  ମୁଁ ଆଉ କିଛି ନାମ ମଧ୍ୟ ସୁପାରିସ୍‌ କରିଥିଲି। ହେଲେ ସେ କେବଳ ମୋ ଲେଖା ଚାହୁଁଥିବା କହିଥିଲେ। କାଳକ୍ରମେ ଆମେ ନିକଟତର ହେଉଥିବା ଅନୁଭବ କଲୁ। ଆଉ ଏହା କେବେ ପ୍ରେମରେ ପରିଣତ ହୋଇଗଲା ତାହା ଜାଣି ପାରିଲୁ ନାହିଁ।

View this post on Instagram

🧚🏻‍♀️ . . . . #instamood #tbt #shuttle #holiday #bookstagram #booklover #existence #hairstyles #takemeback

A put up shared by way of Saloni Luthra (@saloniluthraofficial) on Feb 11, 2019 at 5:56am PST

କଥା ଏତିକିରେ ସରିନି, ଅଭିନାଶ ସଲୋନିଙ୍କୁ ନିଜ ମାଆଙ୍କ ସହ ସାକ୍ଷାତ କରାଇବାକୁ ତାଙ୍କୁ ଅମୃତସରସ୍ଥିତ ଘରକୁ  ମଧ୍ୟ ନେଇ ଯାଇଥିଲେ। ଅଭିନାଶ କୁହନ୍ତି ଯେ, ସେ ଖୁବ୍‌ କମ୍‌ ଝିଅଙ୍କୁ ନିଜ ମାଆଙ୍କ ସହ ଭେଟ କରାଇଛନ୍ତି। ତେଣୁ ତାଙ୍କ ମାଆ ମଧ୍ୟ ଏମାନଙ୍କ ସମ୍ପର୍କ ବିଷୟରେ ଜାଣି ସାରିଛନ୍ତି। ଅନ୍ୟପଟେ ସଲୋନିଙ୍କ ମାତାପିତା ମଧ୍ୟ ଅଭିନାଶଙ୍କ ସହ ତାଙ୍କୁ ଏକୁଟିଆ ଅମୃତସର ଯିବା ପାଇଁ ଅନୁମତି ଦେଇଥିଲେ। ତେବେ ଏସବୁ ଖବରରୁ ଜଣା ପଡ଼ୁଛି ଯେ ଅଭିନାଶ ଓ ସଲୋନିଙ୍କ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି।

ଦୁହିଁଙ୍କ ୱର୍କ ଫ୍ରଣ୍ଟ କଥା କହିଲେ  ସଲୋନି ସଲୋନୀ ୨୦୧୯  Pass over Petite World Attractiveness Pageantରେ ରନର୍ସ ଅପ୍‌ ହୋଇଥିଲେ। ସେହିଭଳି ଅଭିନାଶ୍ ଚାଇଲ୍ଡ ଆର୍ଟିଷ୍ଟ ଭାବେ ସିରିୟଲ  ‘ବାଳିକା  ବଧୂ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହି ସୋ’ ହିଁ ତାଙ୍କୁ ଘରେ ଘରେ ପରିଚିତ କରାଇଛି। ଏହା ପରେ ସେ ’ଇତନା କରୋ ନା  ମୁଝେ ପ୍ୟାର୍’ ‌ଓ ‘ମନ ମେଁ ହେ ବିଶ୍ୱାସ’ରେ ଦେଖା ଦେଇଥିଲେ।



LEAVE A REPLY

Please enter your comment!
Please enter your name here