ଫିଲ୍ମ ‘ମିଶନ ମଙ୍ଗଲ୍‌’ର ନୂଆ ଟ୍ରେଲର ରିଲିଜ

0
19


 

ମୁମ୍ବାଇ : ଅପକମିଂ ବଲିଉଡ ଫିଲ୍ମ ‘ମିଶନ ମଙ୍ଗଲ୍‌’ର ଆଉ ଏକ ନୂଆ ଟ୍ରେଲର ରିଲିଜ ହୋଇଛି। ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟାବାଲାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନାଙ୍କୁ ବି ଦେଖିବାକୁ ମିଳିବ। ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ  ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଦର୍ଶକ ଏବେ ରଙ୍ଗୀନ ପରଦାରେ ଏହା ଦେଖିବାକୁ ପାଇବେ।

ଜଗନ ଶକ୍ତି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମ ରିଲିଜ ହେବ।

(ଭିଡିଓ ସୌଜନ୍ୟ : ୟୁଟ୍ୟୁବ୍‌)

LEAVE A REPLY

Please enter your comment!
Please enter your name here