ପ୍ରିୟଙ୍କାଙ୍କ ପରେ ପାକିସ୍ତାନର ନଜର ଏବେ ଶାହରୁଖଙ୍କ ଉପରେ

0
22


ମୁମ୍ବାଇ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରତିଦିନ ଭାରତ ବିରୋଧରେ କିଛି ନା କିଛି  ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କାଶ୍ମୀର ପ୍ରସଙ୍ଗକୁ ନେଇ ବିଶ୍ୱସ୍ତରରେ ଉଠାଇ ଭାରତକୁ ଅଡ଼ୁଆରେ ପକାଇବାର ସମସ୍ତ ପ୍ରକାର ପ୍ରୟାସ ବିଫଳ ହେବା ପରେ ଏବେ ପାକିସ୍ତାନ ଭାରତର ବଲିଉଡ୍‌ ଜଗତ ଉପରେ ଆଖି ପକାଇଛି।

ପ୍ରଥମେ ପ୍ରିୟଙ୍କା ଚୋପ୍ରା ଆଉ ଏବେ ଶାହରୁଖ ଖାନ୍‌ଙ୍କ ଉପରେ ପାକିସ୍ତାନର ନଜର।

ନେଟ୍‌ଫ୍ଲିକ୍ସର ୱେବ୍‌ ସିରିଜ୍‌ ‘ବାର୍ଡ ଅଫ୍‌ ବ୍ଲଡ୍‌’କୁ ନେଇ ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହରୁଖଙ୍କୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ପାକିସ୍ତାନ କିନ୍ତୁ ଏଥିରେ କେଁ ପଶେଇଛି। ଶାହରୁଖ ଏହି ୱେବ୍‌ ସିରିଜ୍‌ର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ଏଥିରେ ଇମ୍ରାନ୍‌ ହାସ୍‌ମୀ ଓ ଭିନିତ୍‌ କୁମାର ସିଂଙ୍କୁ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ୱେବ୍‌ ସିରିଜ୍‌ର ଟ୍ରେଲର୍‌ ରିଲିଜ୍ ହୋଇସାରିଥିବା ବେଳେ ଦର୍ଶକମାନେ ମଧ୍ୟ ରେସପନ୍ସ ଦେଇଛନ୍ତି।

ତେବେ ଏହି ୱେବ୍‌ ସିରିଜ୍‌କୁ ନେଇ ପାକିସ୍ତାନର ସେନା ମେଜର ଆସିଫ୍‌ ଗଫୁର୍‌, ଶାହରୁଖଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଶାହରୁଖଙ୍କୁ ବଲିଡଡ୍‌ ସିଣ୍ଡ୍ରୋମ୍‌(ରୋଗର ଲକ୍ଷଣ)ରେ ରହିବା ପାଇଁ କହିଛନ୍ତି।

ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘ବାସ୍ତବ ପାଇଁ ର’ ସ୍ପାଏ କୁଳଭୂଷଣ ଯାଦବ, ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଓ ୨୦୧୯ ଫେବୃଆରୀ ୨୭ ସ୍ଥିତିକୁ ଦେଖନ୍ତୁ। ଆପଣେ ଭାରତ ଅଧିକୃତ ଜମ୍ମୁ- କାଶ୍ମୀରରେ ହେଉଥିବା ଅତ୍ୟାଚାର ବିରୋଧରେ ଶାନ୍ତି ଓ ମାନବିକତାର ପ୍ରୋତ୍ସାହନ କରିପାରିବେ।’

ଆସିଫ୍‌ ଗଫୁର୍‌ଙ୍କ ଏହି ଟ୍ୱିଟ୍‌ ପରେ ଅନେକ ୟୁଜର୍ସ ଆସିଫ୍‌ଙ୍କୁ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି। ଶାହରୁଙ୍କ ଜଣେ ପ୍ରଶଂସକ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଗଫୁର୍‌, ଭାରତର ଏଭଳି ଟ୍ୱିଟର୍‌ ଆକାଉଣ୍ଟକୁ ଟାର୍ଗେଟ୍‌ କରୁଛନ୍ତି, ଯାହାଙ୍କର ସାରା ଦୁନିଆରେ ସବୁଠାରୁ ଅଧିକ ପ୍ରଶଂସକ ଅଛନ୍ତି।’

ଏହି ୱେବ୍ ସିରିଜ୍‌ରେ ୩ଜଣ ଭାରତୀୟ ଏଜେଣ୍ଟସ୍‌ଙ୍କ କାହାଣୀ ଉପରେ ଆଧାରିତ। ସେମାନେ ଏକ ରେସ୍କ୍ୟୁ ମିଶନକୁ ନେଇ ପାକିସ୍ତାନର ବାଲୋଚିସ୍ତାନକୁ ଯାଉଛନ୍ତି। ରିଲିଜ୍‌ ହୋଇଥିବା ଟ୍ରେଲରରେ ଏହାକୁ ଏକ ସୁଇସାଇଡ୍‌ ମିଶନ ବୋଲି କୁହାଯାଇଛି। ରିଲିଜ୍‌ ହୋଇଥିବା ଟ୍ରେଲର୍‌ରେ ଆକ୍ସନ ଦେଖିବାକୁ ମିଳିଥିଲା।

ସେପ୍ଟେମ୍ବର ୨୭ରେ ଏହି ୱେବ୍ ସିରିଜ୍‌ ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମିଙ୍ଗ୍‌ ହେବ। ରିଭୁ ଦାସଗୁପ୍ତା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହା ଲେଖକ ବିଲାଲ୍‌ ସିଦ୍ଦିକ୍‌ ବହି ‘ବାର୍ଡ ଅଫ୍‌ ବ୍ଲଡ୍‌’ ଉପରେ ଆଧାରିତ।



LEAVE A REPLY

Please enter your comment!
Please enter your name here