ପ୍ରଥମ ଥର ପାଇଁ ପେଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଅକ୍ଷୟ

0
7


ପ୍ରଥମ ଥର ପାଇଁ ପେଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଖିଲାଡ଼ି ଷ୍ଟାର। ଐତିହାସିକ ଚରିତ୍ରରେ ହିରୋ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର। ଆଜି ରିଲିଜ୍ ହୋଇଛି ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ପୃଥ୍ୱୀରାଜ’ ଟିଜର୍। ଯେଉଁଠି ଅକ୍ଷୟ ପୃଥ୍ୱୀରାଜ ଚୌହାନ୍ ଭୂମିକାରେ ଅଭନୟ କରିଛନ୍ତି ।

ଆଜି ଅକ୍ଷୟଙ୍କ ୫୨ତମ ଜନ୍ମ ଦିନ। ଏହି ଅବସରରେ ‘ପୃଥ୍ୱୀରାଜ’ ଟିଜରକୁ ରିଲିଜ୍ କରିଛନ୍ତି ଖୋଦ୍ ଅକ୍ଷୟ କୁମାର। ତାଙ୍କ ପାଇଁ ଏହି ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନଜନକ ବୋଲି ସେ କହିଛନ୍ତି।

ଫିଲ୍ମରେ ଅକ୍ଷୟଙ୍କ ସହ ମହାରାଣୀ ଭୂମିକାରେ ମାନୁଷୀ ଚିଲର୍ ନଜର ଆସିବେ। ଏହି ଫିଲ୍ମ ଦ୍ୱାରା ପ୍ରାୟ ୧୨ ବର୍ଷ ପରେ ୟଶରାଜ୍ ବ୍ୟାନ୍‌ର ସହ କାମ କରିବେ ଅକ୍ଷୟ।

ଆସନ୍ତା ବର୍ଷ ଦୀପାବଳିରେ ରିଲିଜ ହେବ ଏହି ସିନେମା।



LEAVE A REPLY

Please enter your comment!
Please enter your name here