ପୁଣି ବିବାଦରେ ଅଭିନେତା ପପୁ ପମ୍‌ପମ୍‌; ରାନୁ ମଣ୍ଡଳଙ୍କୁ କପି କରି ଗାଇଲେ ଗୀତ

0
13


ଭୁବନେଶ୍ୱର: ରେଳଷ୍ଟେସନରେ ଗୀତ ଗାଇ ବଲିଉଡ୍‌ରେ ଏଣ୍ଟ୍ରି ମାରିଥିବା ରାନୁ ମଣ୍ଡଳଙ୍କୁ କପି କରି ପୁଣି ବିବାଦରେ ଓଲିଉଡ୍ ଅଭିନେତା ପପୁ ପମ୍ ପମ୍। ହିମେଶ ରେଶମିୟାଙ୍କ ସହ ଏକ ଅପକମିଂ ଫିଲ୍ମର ଷ୍ଟୁଡ଼ିଓ ଭର୍ସନ ଗୀତରେ ନଜର ଆସିଥିବା ରାନୁଙ୍କୁ ପପୁ କପି କରିଥିବା ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି।

ପପୁଙ୍କର ଏହି ଭିଡିଓକୁ ନେଇ ସୋଶାଲ୍ ମିଡି‌ଆରେ ଭାଇରାଲ୍ ହେବା ସହ ବିବାଦ ବି ଦେଖାଦେଇଛି। କିଛି ଲୋକ ଏହାକୁ ନିନ୍ଦା କରୁଥିବା ବେଳେ ଆଉ କିଛି ଲୋକ ପପୁଙ୍କ ବିରୋଧରେ ବିଷେଦଗାର କରୁଛନ୍ତି।

ରାନୁଙ୍କୁ ନକଲ କରିବା ପପୁଙ୍କ ପାଇଁ ଶୋଭା ପାଉନାହିଁ ବୋଲି ସୋଶାଲ୍‌ ମିଡିଆରେ ମତ ପ୍ରକାଶ ପାଇଛି।

ପୂର୍ବରୁ ଅପକମିଂ ଓଡ଼ିଆ ଫିଲ୍ମ ମିଷ୍ଟର କହ୍ନୈୟାର ଏକ ବିବାଦୀୟ ପୋଷ୍ଟରକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଯାଇଥିଲେ ପପୁ। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ପପୁ କ୍ଷମା ବି ମାଗିଥିଲେ।

ଏସବୁ ଭିତରେ ଏବେ ରାନୁଙ୍କ ଭଳି ଜଣେ ଅସାଧାରଣ ପ୍ରତିଭାଙ୍କୁ କପି କରି ଭିଡିଓ କରିବାକୁ ନେଇ ସୋଶାଲ୍‌ ମିଡିଆରେ ତୀବ୍ର ନିନ୍ଦା କରାଯାଇଛି। ତେବେ ଏନେଇ ପପୁ ପମ୍ ପମଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ନିଜର ସୁମଧୁର ସ୍ୱ ର ଓ ଅସାଧାରଣ ପ୍ରତିଭା ପାଇଁ ରାତାରାତି ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଳ ଏବେ ସୋଶାଲ୍‌ ମିଡିଆରେ ସେନ୍‌ସେସନ୍‌ ପାଲଟିଛନ୍ତି। ତାଙ୍କର ପ୍ରତିଭାକୁ ନେଇ ସାରା ଦେଶ ତାଙ୍କୁ  ପ୍ରଶଂସା କରୁଛି।

LEAVE A REPLY

Please enter your comment!
Please enter your name here