ପୁଣିଥରେ ରିଲିଜ ହେବ ‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍’: ଏଥର ମାଗଣାରେ ଦେଖିବେ ଦର୍ଶକ

0
12


ମୁମ୍ବାଇ: ପୁଣିଥରେ ରିଲିଜ ହେବ ‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍’। ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ଅବସରରେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ପୁଣି ଥରେ ରିଲିଜ୍ କରାଯିବ। ମହାରାଷ୍ଟ୍ରର ୫୦୦ଟି ଥିଏଟରରେ ଲୋକେ ମାଗଣାରେ ଏହି ଫିଲ୍ମ ଦେଖି ପାରିବେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ନିଷ୍ପତ୍ତି ନେଇଛନ୍ତି।

‘ଉରି- ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଆସନ୍ତାକାଲି ପୁଣି ରିଲିଜ୍ ହେଉଥିବା ନେଇ ଏହାର ପ୍ରଯୋଜକ ରୋନୀ ସ୍କ୍ରୁୱାଲା ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦେଶବାସୀଙ୍କୁ ଗର୍ବ ଅନୁଭବ କରାଇବା ପାଇଁ ଏହି ଫିଲ୍ମର ନିର୍ମାଣ କରାଯାଇଥିଲା। ଆମ ସେନା କିପରି କାମ କରେ, ତାହା ବି ଲୋକଙ୍କୁ ଦେଖାଇବାର ଉଦ୍ଦେଶ୍ୟ ନେଇ ଫିଲ୍ମଟିକୁ ନିର୍ମାଣ କରାଯାଇଥିଲା। କାର୍ଗିଲ ଦିବସରେ ପୁଣି ଥରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ମୁଁ ଗର୍ବ ଅନୁଭବ କରୁଛି।” ନିର୍ଦ୍ଦେଶକ ଆଦିତ୍ୟ ଧର୍ ମଧ୍ୟ ଖୁସି ବ୍ୟକ୍ତ କରି କହିଛନ୍ତି, “‘ଉରି- ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କାର୍ଗିଲ ବିଜୟ ଦିବସ ପାଳନର ଏକ ଅଂଶ ହୋଇପାରିଥିବାରୁ ମୁଁ ବହୁତ ଖୁସି।”

ଚଳିତ ବର୍ଷ ଜାନୁଆରୀ ୧୧ତାରିଖରେ ଫିଲ୍ମ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ରିଲିଜ୍‌ ହୋଇଥିଲା। ଫିଲ୍ମଟି ବେଶ୍ ପ୍ରଶଂସା ସାଉଁଟିଥିଲା। ତା’ସହିତ ଫିଲ୍ମଟି ୩୪୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ ବି କରିଥିଲା। ୨୦୧୬ରେ ହୋଇଥିବା ‘ସର୍ଜିକାଲ୍ ଷ୍ଟାଇକ୍‌’କୁ ନେଇ ଫିଲ୍ମର କାହାଣୀ ଆଧାରିତ। ଏଥିରେ ପିଓକେରେ ଆତଙ୍କୀଙ୍କ ବେସ୍‌କୁ ଧ୍ୱଂସ କରିଥିବା ବୀର ଯବାନଙ୍କ ରଣନୀତି ପରଦାରେ ଦେଖିବାକୁ ମିଳିଥିଲ॥  ୟଙ୍ଗ ଟାଲେଟେଣ୍ଡ ଆକ୍ଟର ଭିକି କୌଶାଲ୍, ୟାମି ଗୌତମ, କ୍ରିତି କୁଲହାରୀ ପ୍ରମୁଖ ସିନେମାରେ ନଜର ଆସିଛନ୍ତି। ଏହାସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଚରିତ୍ରରେ ଭେଟେରାନ୍ ପରେଶ ରାୱଲ୍ ଅଭିନୟ କରିଛନ୍ତି। ଫିଲ୍ମର ଏକ ଡାଏଲଗ୍‌ ‘ହାଓ ଇଜ୍‌ ଦ ଜୋସ୍‌’ ବେଶ୍ ଚର୍ଚ୍ଚାରେ ରହିଥିଲା। ଏପରିକି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଅନ୍ତରୀଣ ବଜେଟ୍‌ରେ ଏହାକୁ ବ୍ୟବହାର କରିଥିଲେ। ୟା ଭିତରେ ଅନେକ ବଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇସାରିଛି। ତେବେ ‘ଉରି’ର କ୍ରେଜ୍‌ ଏଯାଏଁ ରହିଛି। ଏହାକୁ ନେଇ ଲୋକେ ଏବେବି ଆଲୋଚନା କରୁଛନ୍ତି।

 

LEAVE A REPLY

Please enter your comment!
Please enter your name here