ଦରଦୀ ଜାହ୍ନବୀ.. ଛୋଟ ପିଲାଟିକୁ ଟିପ୍ସ ଦେବା ପାଇଁ ଡ୍ରାଇଭରଙ୍କଠାରୁ ଟଙ୍କା ଧାର ନେଲେ

0
13


ମୁମ୍ବାଇ: ଶ୍ରୀଦେବୀ-ବୋନି କପୁରଙ୍କ ଝିଅ ଜାହ୍ନବୀ ଖାଲି ଜଣେ ଅଭିନେତ୍ରୀ ନୁହଁନ୍ତି, ଜଣେ ନିରହଙ୍କାରୀ, ଦରଦୀ ମଣିଷ। ନାରୀସୁଲଭ କୋମଳ ହୃଦୟଟିଏ ତାଙ୍କ ପାଖରେ ରହିଛି। ଏକଥା ଆମେ କହୁନୁ, ତାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଭିଡ଼ିଓରୁ ଏକଥା ସ୍ପଷ୍ଟ ହୋଇଛି।

ନୂଆ ନୂଆ ବଲିଉଡ୍‌ରେ ପାଦ ଥାପିଛନ୍ତି ଜାହ୍ନବୀ। ତାଙ୍କର ମାତ୍ର ଗୋଟିଏ ଫିଲ୍ମ ‘ଧଡ଼କ୍‌’ ରିଲିଜ୍ ହୋଇଛି। ପ୍ରଥମ ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ନିଜ ଅଭିନୟ ଦକ୍ଷତାକୁ ଆହୁରି ଶାଣିତ କରି ମା’ ଶ୍ରୀଦେବୀଙ୍କ ଭଳି ଏ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ତାଙ୍କ ପାଖରେ ଭରପୂର ସୁଯୋଗ ରହିଛି। ତେବେ ନିଜର ସ୍ୱଭାବ ଯୋଗୁ ସେ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛନ୍ତି।

ସର୍ବଦା ହସ ହସ ଦେଖାଯାଉଥିବା ଜାହ୍ନବୀ ଗର୍ବୀ ବା ଅହଙ୍କାରୀ ନୁହନ୍ତି। ଗତକାଲି ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା। ଯେତେବେଳେ ରାସ୍ତାରେ ବୁଲି ବୁଲି ପତ୍ରିକା ବିକ୍ରି କରୁଥିବା ଜଣେ ବାଳକ ତାଙ୍କୁ ସାହାଯ୍ୟ ମାଗିଲା, ସେ ତାଙ୍କ ଡ୍ରାଇଭରଙ୍କଠାରୁ ଟଙ୍କା ଧାର୍ କରି ତାକୁ ଦେଇଥିଲେ। ଆଉ ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍ କରାଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜାହ୍ନବୀ ତାଙ୍କ କାର୍ ନିକଟକୁ ଫେରୁଥିବା ବେଳେ ପତ୍ରିକା ବିକୁଥିବା ଏକ ଛୋଟ ବାଳକ ତାଙ୍କ ପଛରେ ଦୌଡ଼ି ଦୌଡ଼ି ଆସୁଛି। ସେ ତାଙ୍କୁ ପତ୍ରିକା କିଣିବାକୁ କହୁଛି। ପତ୍ରିକା ନ କିଣିଲେ କିଛି ଟିପ୍ସ ଦେବାକୁ କହୁଛି। ହେଲେ ବଲଉଡ଼ ନାୟିକା ନୁହେଁ, ସାଧାରଣ ଝିଅଟିଏ ପରି ପଇସା ନାହିଁ କହି ସେ ପଳାଇ ଆସୁଛନ୍ତି ଏବଂ କାର୍‌  ଡୋର ଖୋଲି ବସି ଯାଉଛନ୍ତି।

ତେବେ କାରରେ ବସିବା ପରେ ମନ ବୁଝି ନ ଥିଲା ଜାହ୍ନବୀଙ୍କର।  ପଛ ସିଟ୍‌ରେ ଥିବା ପର୍ସ ଆଣି ତାକୁ କିଛି ପଇସା ଦେବା ପାଇଁ ଚାହିଁଥିଲେ। କିନ୍ତୁ ତାଙ୍କ ପର୍ସରେ ପଇସା ନଥିଲା ବୋଧହୁଏ। ସେ ଡ୍ରାଇଭରଙ୍କୁ କ’ଣ କହିଲେ, ତାହା ଶୁଣା ଯାଉ ନାହିଁ। କିନ୍ତୁ ସେ ପର୍ସରେ ପଇସା ଖୋଜୁଥିବା ବେଳେ ଡ୍ରାଇଭର୍ ନିଜ ପକେଟ୍‌ରୁ ପର୍ସ କାଢ଼ି ଏକ ନୋଟ୍ ଜାହ୍ନବୀଙ୍କ ହାତକୁ ବଢ଼ାଇ ଦେଇଥିଲେ।

ଏହା ପରେ ଜାହ୍ନବୀ ନୋଟ୍‌ଟିକୁ ଉକ୍ତ ବାଳକକୁ ବଢ଼ାଇ ଦେଇ ବାଏ ବୋଲି କହିଥିଲେ। ଜାହ୍ନବୀ ସେଠାରୁ ଯିବା ବେଳେ ପିଲାଟି ମଧ୍ୟ ତାଙ୍କୁ ‘ଧନ୍ୟବାଦ୍ ଦିଦି’ ..ବାଏ ଦିଦି ବୋଲି କହୁଥିବା ଶୁଣା ଯାଉଥିଲା।

 

View this publish on Instagram

 

@janhvikapoor is in reality so type and humble . I will be able to’t specific her kindness via phrases. #janhvikapoor #janhvikapoor06 #janhvians

A publish shared via Janhvi Kapoor (@janhvikapoor06) on Aug 13, 2019 at 9:51am PDT



LEAVE A REPLY

Please enter your comment!
Please enter your name here