ତିଆରି ହେବ କାଶ୍ମୀରର ଶେଷ ହିନ୍ଦୁ ରାଣୀ ‘କୋଟା ରାଣୀ’ଙ୍କ ବାୟୋପିକ୍‌

0
8


ନୂଆଦିଲ୍ଲୀ:କାଶ୍ମୀରରେ ଶାସନ କରୁଥିବା ଶେଷ ରାଣୀଙ୍କ  ଉପରେ ଆଧାରିତ ଏକ ଫିଲ୍ମ ଖୁବ୍‌ ପ୍ରସ୍ତୁତ ହେବ। ଏହି ଫିଲ୍ମକୁ ରିଲାଏନ୍ସ   ଏଣ୍ଟରଟେନ୍‌ମେଣ୍ଟ ଏବଂ ମଧୁ ମଣ୍ଟେନା ମିଶି କରିବେ। ୧୪ ଶତବ୍ଦୀରେ କାଶ୍ମୀରରେ ଶାସନ କରୁଥିଲେ କୋଟା ରାଣୀ। କୋଟା ରାଣୀ ଦେଖିବାକୁ ଯେତିକି ସୁନ୍ଦରୀ ଥିଲେ ସେତିକି ଭଲ ଶାସିକା ମଧ୍ୟ ଥିଲେ। ରଣନୀତିରେ ମଧ୍ୟ ଧୁରନ୍ଦର ଥିଲେ।

ଫିଲ୍ମର କୋ-ପ୍ରଡ୍ୟୁସର ମଧୁ ମଟେନା କହିଛନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଜଣେ ଭାରତୀୟ ଭାବେ କାଶ୍ମୀରରେ ଶାସନ କରୁଥିବା କୋଟା ରାଣୀଙ୍କ ବିଷୟରେ ଆମକୁ କିଛି ବି ଜଣାନାହିଁ। ଅନ୍ୟପକ୍ଷେ ଇଜିପ୍ଟର କ୍ଲିଓପେଟ୍ରା କିମ୍ବା ଦିଲ୍ଲୀର ସୁଲତାନା ରେଜିୟାଙ୍କ ସହ କୋଟା ରାଣୀଙ୍କ ତୁଳନା କଲେ ଅତିଶୟୋକ୍ତି ହେବ ନାହିଁ। କାରଣ ଆଜି ଆମ କାଶ୍ମୀରରେ ଯାହା ବି କିଛି ଦେଖୁଛେ ତା ସହିତ କୋଟା ରାଣୀ ଜଡିତ ଅଛନ୍ତି।

ମଧୁ କହିଛନ୍ତି, କୋଟା ରାଣୀଙ୍କ ଜୀବନୀ ବେଶ ନାଟକୀୟ ଥିଲା। ସେ ଭାରତର ଭଲ ଶାସକଙ୍କ ମଧ୍ୟରେ ସେ ଜଣେ ଥିଲେ।  ହେଲେ ବିଡମ୍ବନା, ତାଙ୍କ ବିଷୟରେ ଆମ ଇତିହାସ ନୀରବ। ତେଣୁ ତାଙ୍କୁ ନେଇ ଏକ ଫିଲ୍ମ ଖୁବ୍‌ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ବୋଲି ସେ କହିଥିଲେ।

LEAVE A REPLY

Please enter your comment!
Please enter your name here