ଝୁଲନ୍ତା ଅବସ୍ଥାରେ ‘ବାହୁବଳୀ’ ଅଭିନେତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର

0
41


ହାଇଦ୍ରାବାଦ: ଫିଲ୍ମ ‘ବାହୁବଳୀ’ରେ ଅଭିନୟ କରିଥିବା ମଧୁପ୍ରକାଶଙ୍କ ପତ୍ନୀ ଭାରତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ତାଙ୍କ ନିଜ ଘରୁ ପୁଲିସ୍‌ ଭାରତୀଙ୍କ ମୃତଦେହକୁ ଉଦ୍ଧାର କରିଥିଲା।

ଏହି ଘଟଣାରେ ଅଭିନେତା ମଧୁଙ୍କ ସମ୍ପୃକ୍ତି  ଥିବା ନେଇ ଗତକାଲି ଭାରତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପୁଲିସ  ଏ ନେଇ ମାମଲା ରୁଜୁ କରିବା ସହ ମଧୁଙ୍କୁ ଗିରଫ କରିଛି।

ଭାରତୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ମଧୁ ବାରମ୍ବାର ଭାରତୀଙ୍କୁ ଯୌତୁକ ନିର୍ଯାତନା ଦେବାସହ ମାର୍‌ପିଟ୍‌ ମଧ୍ୟ କରୁଥିଲେ।

ଅନ୍ୟପକ୍ଷରେ, ଏ ନେଇ ମଧୁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ସୂଚନାଯୋଗ୍ୟ, ଏସ୍‌ଏସ୍‌ ରାଜ୍‌ମୌଳିଙ୍କ ‘ବାହୁବଳୀ’ ଫିଲ୍ମରେ ମଧୁପ୍ରକାଶ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ସେ ୨୦୧୫ରେ ଭାରତୀଙ୍କୁ ବିବାହ କରିଥିଲେ।

LEAVE A REPLY

Please enter your comment!
Please enter your name here