ଗୋଟିଏ କପ୍‌ ଚା’ ଓ କଫି ପିଇଲେ, ବିଲ୍‌ ଆସିଲା ୭୮, ୬୫୦ ଟଙ୍କା

0
10


ନୂଆଦିଲ୍ଲୀ: ହୋଟେଲରେ କଫି ଆଉ ଚା’ ପିଇବ ଆଉ ବିଲ୍‌ ୭୮ ହଜାର ୬୫୦ ଟଙ୍କା ! ବାପ୍‌ରେ ବାପ୍‌ । ସାମାନ୍ୟ ଚା’ ଓ କଫି ପାଇଁ ବିଲ୍‌ ମୋଟା ଅଙ୍କର ବିଲ୍‌ ଦେଖି ଚମକି ଗଲେ ନା। ହେଲେ ଏମିତି ଘଟଣାକୁ ସାମ୍ନା କରିଛନ୍ତି ବଲିଉଡ୍‌ ଅଭିନେତା ତଥା ଟେଲିଭିଜନ କମେଡି ଷ୍ଟାର୍ କିକୁ ଶାର୍‌ଦା। ନିଜେ କିକୁ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଏହାକୁ ଶେୟାର କରିଛନ୍ତି।

ନିକଟରେ ଅଭିନେତା ରାହୁଲ୍‌ ବୋଷଙ୍କୁ ମଧ୍ୟ ଦୁଇଟି କଦଳି ପାଇଁ ଚଣ୍ଡିଗଡ଼ର ଜେଡ୍ଲ୍ୟୁ ମାରିୟଟ୍‌ ହୋଟେଲ୍‌ ୪୪୨ ଟଙ୍କା ବିଲ୍‌ ଦେଇଥିଲା।

କିନ୍ତୁ କିକୁଙ୍କ ଘଟଣା କିଛି ଅଲଗା ହୋଇଛି। ହାସ୍ୟ ଅଭିନେତା କିକୁ ବର୍ତ୍ତମାନ ଇଣ୍ଡୋନେସିଆର ‘ବାଲି’ରେ ଅଛନ୍ତି। ସେଠି ଏକ ହୋଟେଲ୍‌ରେ ରୁମ୍‌ ସର୍ଭିସ ପାଇଁ  ଚା ଓ କଫି ଅର୍ଡ୍‌ର କରିଥିଲେ। ଯାହାର ବିଲ୍‌ ଇଣ୍ଡୋନେସିଆ କେରେନ୍‌ସି ଆନୁସାରେ ୭୮ ହଜାର ୬୫୦ଟଙ୍କା ହୋଇଥିଲା।

ହାସ୍ୟ ଅଭିନେତା  କିକୁ  ଅବଶ୍ୟ ଏହାକୁ ଏକ ଜୋକ୍‌ ଷ୍ଟାଇଲ୍‌ରେ ଉପସ୍ଥାପନ କରିଛନ୍ତି ଏବଂ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବା ପୂର୍ବରୁ ସତ ଓଗାଳିଛନ୍ତି। ସେ ଟ୍ୱିଟ୍‌ କରି ଏକଥା ବି ଦର୍ଶାଇଛନ୍ତି ଯେ, ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୪୦୦ ଟଙ୍କା ।

କମେଡି ନାଇଟ୍‌ ୱିଥ୍‌ କପିଲ୍‌ ଶୋ’ରେ ପଲକ ଓ ବମ୍ବର, ବଚ୍ଚା ୟ ଆଦି ନାଁରେ ସମସ୍ତଙ୍କ ହସାଇ ହସାଇ ବେଦମ୍‌ କରୁଥିବା ଅଭିନେତା ହେଉଛନ୍ତି କିକୁ ଶାରଦା। ଏହା ବ୍ୟତୀତ ଆକବର ବୀରବଲ, ହାତିମ୍‌ ଆଦି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି।

 

Actor-comedian Kiku Sharda, who’s very best identified for his more than a few avatars reminiscent of Bumper, Palak, Bachcha Yadav on The Kapil Sharma Display, was once not too long ago charged a sum of 78,650 for a cup of cappuccino and tea.

LEAVE A REPLY

Please enter your comment!
Please enter your name here