ଇଣ୍ଟେଲିଜେନ୍ସ ଏଜେନ୍ସିରେ କାମ କରିବେ ଶାହରୁଖ !

0
23


ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ତାଙ୍କର ଅଭିନୟ କଳାରେ ଅନେକ ଲୋକଙ୍କ ହୃଦୟ ଜିତି ସାରିଲେଣି। ତାଙ୍କର ଅଭିନୟ ଦକ୍ଷତା ପାଇଁ ହିଁ ତାଙ୍କୁ ବଲିଉଡ୍‌ର କିଙ୍ଗ୍ ଖାନ ବୋଲି କୁହାଯାଏ। ହେଲେ ଏବେ ଲାଗୁଛି ଶାହାରୁଖ ଫିଲ୍ମ ସହ ଇଣ୍ଟେଲିଜେନ୍ସ ଏଜେନ୍ସି ପାଇଁ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

 

 

View this put up on Instagram

 

#Repost @redchilliesent ・・・ What’s @iamsrk doing in an interrogation room? Stay guessing ‘cuz trailer abhi baaki hai… ⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀ @netflix_in

A put up shared via Shah Rukh Khan (@iamsrk) on Aug 21, 2019 at 8:24am PDT

ପ୍ରକୃତରେ, ଶାହରୁଖ ନିକଟରେ ତାଙ୍କର ଇନ୍‌ଷ୍ଟ୍ରାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ। ଏଥିରେ ତାଙ୍କୁ ଏମିତି ଏକ ଘରେ ବସିଥିବା ଦେଖିବାକୁ ମିଳିଥିଲା, ଯେମିତି ସେ କାହାକୁ ପଚରାଉଚରା କରୁଛନ୍ତି।

ଏହି ଭିଡିଓ ବେଶ୍ ମଜାଦାର ହେବା ସହିତ ସୋଶାଲ୍ ମିଡିଆରେ ଭାଇରାଲ ବି ହେଇଛି।

 

 

View this put up on Instagram

 

#Repost @redchilliesent ・・・ This has left us with such a lot of questions…keep tuned to understand extra! @iamsrk @netflix_in

A put up shared via Shah Rukh Khan (@iamsrk) on Aug 21, 2019 at 8:22am PDT

ଏହି ରୁମ୍‌ରେ ଶାହରୁଖଙ୍କ ସାମ୍ନାରେ ଜଣେ ଲୋକ ମୁହଁରେ କପଡ଼ା ବାନ୍ଧି ଏବଂ ହାତକଡ଼ି ପିନ୍ଧି ବସିଥିବା ଦେଖିବାକୁ ମିଳିଛି। ଏହା ତଳେ ଏକଥା ମଧ୍ୟ ଶାହରୁଖ ଲେଖିଛନ୍ତି ଯେ-‘ ମୁଁ ଏହି ଇଣ୍ଟେରୋଗେଶନ ରୁମ୍‌ରେ ବସି କ’ଣ କରୁଛି ? ଅନୁମାନ କରନ୍ତୁ। କାରଣ ଟ୍ରେଲର ବାକି ଅଛି।

ସୂଚନାଥାଉ କି, ଶାହାରୁଖଙ୍କ ଏହି ଭିଡିଓ ନେଟ୍‌ଫ୍ଲିକ୍ସର ଯାହା ତାଙ୍କର ଫ୍ୟାନ୍ସମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି।

ଏହାର ଦ୍ୱିତୀୟ ଭିଡିଓ ମଧ୍ୟ ଶାହରୁଖ ଶେୟାର କରିଥିଲେ। ଯେଉଁଥିରେ ଦୃଶ୍ୟ ଥିଲା କିଛି ଏମିତି, ଗୋଟିଏ ପାଖରେ ଇଣ୍ଟେରୋଗେଟର ଚାକିରି ପାଇଁ କଲ୍‌ ଆସିଛି। ଏଥିରେ ଶାହରୁଖ କହୁଛନ୍ତି, ଯେ କୌଣସି ପ୍ରକାର ଅଭିନୟ ବହୁତ ଭଲ କରିପାରିବି। କିନ୍ତୁ କିଛି ସମୟରେ ହଠାତ୍‌ ଚମକି ପଡୁଛନ୍ତି । କାରଣ ଏହା କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଇଣ୍ଟେଲିଜେନ୍ସି ଏଜେନ୍ସ ପାଇଁ ଅଟେ।

ତେବେ ପୂରା ଘଟଣା କ’ଣ, ତାହା ନ କହି ଶାହରୁଖ୍ ଲେଖିଛନ୍ତି, ‘ଅଧିକ ଜାଣିବା ପାଇଁ ସମ୍ପର୍କରେ ରୁହନ୍ତୁ।’ ତେବେ  ଦେଖାଯାଉ ପ୍ରକୃତ ଘଟଣା କେବେ ପ୍ରକାଶ କରୁଛନ୍ତି ଶାହରୁଖ।



LEAVE A REPLY

Please enter your comment!
Please enter your name here